ମୁଁ ଜାଣେ, ଏହି ଶୁନ୍ୟସଂପଦ ଜୀବନରେ
ଆତ୍ମାଟି ଶୋଇଯାଏ ଦିନେ ନିଜ ହଂସୁଳୀତୁଳିରେ;
ଜୀବନଟା ପ୍ରକୃତ, ଐକାନ୍ତିକ ଆନ୍ତରିକ;
ମଣିଷର ସମାଧି ତା’ର ଲକ୍ଷ୍ୟସ୍ଥଳ ନୁହେଁ;
ମଣିଷ ହରାଇ ଥାଏ ନିଜ ମାନବତ୍ୱକୁ -
କ୍ରୋଧ, ଦୁ:ଖ ଓ ଲୋଭରେ |
ଦୁଃଖ ସୁଖର ଜୀବନ ଏହି
ଗନ୍ତବ୍ୟ ସ୍ଥଳ ନୁହେଁ - ନିୟତୀର ପଥ;
ସମୟ ଗତିଶିଳ, କିନ୍ତୁ ଯାତ୍ରାଟି ଦୀର୍ଘ |
ତେଣୁ ଜୀବନର ପ୍ରଶସ୍ଥ ଯୁଦ୍ଧ ଭୁମିରେ
ମୌନ ନ ହୋଇ, ଆଗେଇ ଯାଅ ନିଜ ଅଶ୍ୱରେ
ହୋଇ ଏ ବିବାଦର ମୁଖ୍ୟନାୟକ |
ଭବିଷ୍ୟତକୁ ନାହିଁ ପ୍ରତ୍ୟୟ,
ପ୍ରୀତିକର ହେଉ ଜୀବନ |
ଠେଲିଦିଅ ମୃତ୍ୟୁକୁ ନିଜ ମୃତ୍ୟୁର ଗର୍ଭକୁ,
ଚାଲିଯାଅ ଧନ୍ୟହୋଇ ନିଜ ଇନ୍ଦ୍ରପୁରେ,
ରଖିଦେଇ ପଦଚିହ୍ନ ଏହି ସମୟ ବାଲୁକାରେ |
- ନରେଶ କୁମାର ବେହେରା
No comments:
Post a Comment