ଚିଠି


ଏତେ ଦିନର ଅପେକ୍ଷା ପରେ ଆଜି ତା’ର ଚିଠିଟି ପାଇ ମୁଁ ବହୁତ ଖୁସି । ସତରେ ମୁଁ ବିଶ୍ଵାସ ବି କରିପାରୁନି ସେ ମୋତେ ଚିଠିଟିଏ ଦେଇଛି! ଆଜିକୁ ପ୍ରାୟ ପନ୍ଦର ଦିନ ହେଲା ମୁଁ ତା’କୁ ଆମ ଛାତ ଉପରେ ଦେଖୁଛି; ସକାଳୁ, ସଞ୍ଜ, ଆଉ ବେଳେବେଳେ ରାତିରେ ବି ସେ ତା’ ଛାତ ଉପରେ ପ୍ରାୟ ଏକୁଟିଆ ଏପଟ ସେପଟ ହେଉଥାଏ, ହାତରେ ମୋବାଇଲଟିଏ ଧରି। କେତେବେଳେ କାହାସହ କଥା ହୁଏ ତ’ କେତେବେଳେ ଗୁମସୁମ, ବସୁଥାଏ, ଉଠୁଥାଏ, ମୋତେ ଚାହୁଁଥାଏ, ମୁଁ ବି ତାକୁ ଦେଖେ କିନ୍ତୁ ମୁଁ ବୁଝି ପାରେନି ତା’ର କିଛି ବି ଭାଷା ବା’ ଇଙ୍ଗିତ, ସ୍ମିତହାସ୍ୟ ଆଦି... ।
ମୋ ମନରେ କିନ୍ତୁ ଗୁଡାଏ ପ୍ରଶ୍ନ ଆସେ, ପୁଣି ହଜିଯାଏ। ଆଜିକିନ୍ତୁ ହଠାତ ସେ ଚିଠିଟିକୁ ଏମିତି ଫୋପାଡି ଚାଲିଗଲା, ଯେମିତି କିଛି ଗୋଟାଏ ମୁଖ୍ୟକଥା ସେ କହିବାକୁ ବା’ ପଚାରିବାକୁ ଚାହୁଁଛି! ଆଉ ମୁଁ ବି ପୁରା ଉତ୍ସାହର ସହ ସେ ଚିଠିକୁ ଧରି ଚାରିଆଡେ ଦେଖି, ମୋ ରୁମକୁ ଚାଲି ଆସିଲି ଓ ପଢିବାରେ ଲାଗିଲି, “ତୁମେ କିଏ ମୁଁ ଜାଣେନା, ମୁଁ କିଏ ତୁମେ ଜାଣ କି ନା’ ମୁଁ ଜାଣେନା। ଯେହେତୁ, ତୁମର ଭାବଭଙ୍ଗୀ ମୋତେ ଭଲଲାଗିଲା, ତେଣୁ ଏ ଚିଠିଟି ଲେଖିଲି। କିଛି ଖରାପ ଭାବିବନି । ମୁଁ ବୁଝିପାରେନି ତୁମ ପୁଅମାନଙ୍କ ଏତେ ଆଳୁଦୋଷ କାହିଁକି ଥାଏ? ଟିକେ ବି କାଣ୍ଡଜ୍ଞାନ ନାହିଁ ଯେ ଏକଲା ଝିଅଟି ଏତେ ସମୟଧରି ମୋବାଇଲରେ ଘଣ୍ଟା ଘଣ୍ଟା ଧରି କଥା ହେଉଛି, ତାହାର କିଏ ତ’ ବୟ-ଫ୍ରେଣ୍ଡ ଥିବ! ନହେଲେ ଦିନରାତି ଛାତ ଉପରେ କାମଧନ୍ଦା ଛାଡି ବୁଲୁଛି, ଏତେ ଗୁଡାଏ କଲ ଆଟେଣ୍ଡ କରୁଛି, ଟିକେ ବି ପୁରସତ ମିଳୁନି... ଏ ସବୁ ତୁମେମାନେ କେବେ ବୁଝିବ? ସବୁବେଳେ କିଛି କାମ-ଧନ୍ଦା ନଥିଲାଭଳି ଛାତ ଉପରେ ହଲୁଥିବ!! କିଛି ତ’ ଶରମ କର!!”... ... ବାପରେ ବାପ!!

No comments:

Post a Comment