ଜୀବନ ସାଗରରେ ଭାସୁଥିବା ମୋ ନୈସର୍ଗିକ ପ୍ରେମସବୁ
ବିଶ୍ୱାସ ଘାତକତାର ଜୁଆର ଭଟ୍ଟାରେ ଧକ୍କା ଖାଇ,
ଘୃଣାର ଭଉଁରୀରେ ଡୁବିଲା ବେଳେ
ପ୍ରତିଶୋଧର ତକ୍ଷକୀୟ ଜ୍ୱାଳା
ଈଛା ହେଉଥିଲା, ହିଂସୃକ ଭଳି
ଖିନ୍ଭିନ୍ କରିବାକୁ ତା’ ଯୌବନର ଅହଂକାରକୁ
ଛିଣ୍ଡାଇବାକୁ ତା’ ମାଂସାଳ ଶରୀରକୁ |
ଭାବିଥିଲି - ନାରୀ - ପୁରୁଷର ସହଧର୍ମିଣୀ, ସହକର୍ମିଣୀ,
କରୁଣାମୟୀ, ଭବାନୀ, ଭାବିନୀ |
କିନ୍ତୁ ଭୁଲିଥିଲି, ଅସମାନ ଏ ପାଞ୍ଚ ଆଁଗୁଳି
ଆଜି ଜାଣିଲି, ସେ କେତେ ବିଶ୍ୱାସଘାତୀନି !
କ’ଣ ଦରକାର ଏ ସବୁ?
ଶେଷରେ, ପ୍ରତିଶୋଧର ଏ ଶୁଭ ମେଳାରେ
ସମସ୍ତେ ଦେବେ ମୋତେ ଅଭିଶାପ |
ମୁଁ ଚାହେଁ ଏକ ହୃଦୟରୁ ବିଶ୍ୱାସ
ମନରୁ ପ୍ରେମ, ଈଛାରୁ ସୁକୋମଳ ନାରୀତ୍ୱ |
କାରଣ, ମୁଁ ଜାଣେ ଏ ଦୁନିଆରେ
ପ୍ରେମ ପାଇଁ ସବୁ ନାଟ
ପ୍ରେମ ପାଇଁ ଏଠି ସେଠି ହାଟ
ପ୍ରେମ ପାଇଁ ସମସ୍ତେ ଏକ ଫେଣ୍ଟା-ଫେଣ୍ଟି ରୂପ ।
- ନରେଶ କୁମାର ବେହେରା
No comments:
Post a Comment