କଥାଟା ଭାରି ସାଧାରଣ । ଆଜିକାଲିକା ଝିଅମାନଙ୍କର
ମନରେ ଯେତିକି ପୂଜାପାଠ, ଭକ୍ତିଭାବ ଥାଏ, ସେତିକି
ସେମାନେ ଖାଦ୍ୟ ପ୍ରତି ବି ଆକୃଷ୍ଠ ଥା’ନ୍ତି । ଏମିତି ହିଁ ଏକ ଛୋଟ ଘଟଣା ଆଜି ସକାଳୁ ସକାଳୁ ମୋ ନଜରକୁ ଆସିଲା । କିନ୍ତୁ ଏଇଟା ଖୁବ ଅସାଧାରଣ ଓ କଉତୁକିଆ । ସକାଳୁ ମର୍ନିଂ ୱାକ୍ ରୁ ଫେରିଲାବେଳେ ଆମ ପଡ଼ିଶାଘର ପାଖରେ
ପହଞ୍ଚିଥାଏ ଜଣେ ମାଛବିକାଳୀ । କିଛି ସମୟପରେ ଜଣେ ବୟସ୍କ ସ୍ତ୍ରୀ ଜଣକ ବାହାରକୁ ଆସି ତାକୁ କହିଲେ,
‘ଶୁଣୁ ଆଉ ୫ଦିନ ଯାଉ, ତା’ ପରେ ଆସିବୁ ...’ ।
Showing posts with label ଅନୁଭୂତି କଥା. Show all posts
Showing posts with label ଅନୁଭୂତି କଥା. Show all posts
ଜାତି ନିରୂପଣ
ଯେତିକି ମୁଁ ଖୁସି ଥିଲି ସେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତା’ଠାରୁ ଅଧିକ ଦୁ:ଖୀ ଓ ଚିନ୍ତିତ ଅଛି ମୋର ସ୍କୁଲରେ ନାମାଙ୍କନକୁ ନେଇ | ଆଜିକୁ ପନ୍ଦର ଦିନ ତଳେ ସେଇ ସ୍କୁଲ ପ୍ରବେଶିକା ପରୀକ୍ଷାର ଫଳାଫଳ ବାହାରିଥିଲା; ତା’ପରେ ନାମାଙ୍କନର ନିୟମାନୁସାରେ ମୋ ବାପା ଖୁବ୍ ଦୌଡା-ଦୌଡି କରି ଆବାସିକ ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର ଆଣିଲେ | କିନ୍ତୁ କଥାଟା ଏବେ ଅଟକିଛି ମୋର ଜାତି ପ୍ରମାଣପତ୍ର ପାଇଁ | ଆର୍.ଆଇ. ଓ ତହସିଲଦାର୍ ସମସ୍ତେ କହୁଛନ୍ତି ମୋତେ ଜାତି ପ୍ରମାଣପତ୍ର ମିଳିବନି | କାହିଁକି ନା’ ମୁଁ ଏ ଗାଁର ଝିଅ ନୁହେଁ ବୋଲି | ମୁଁ ଜାଣେ ଏ ସବୁ ତାଙ୍କର ଚାଲ୍ |
Subscribe to:
Posts (Atom)