Showing posts with label କବିତା. Show all posts
Showing posts with label କବିତା. Show all posts

ଏକ ଶିଶୁ ଭିକ୍ଷୁକ ପ୍ରତି

ପିଲାଦିନର ଖେଳଘର ଭାଂଗି ବୟସ ପାଦେଇଯାଏ ବାଲିବନ୍ଧ ଡେଇଁ
ଦୁ:ଖ କିଏ ଶୁଣେ ଏମାନଂକ କଳିକା କୁସୁମ ଏମାନେ |

ମୁଠାଏ ଭିକ୍ଷାରେ ଏମାନେ ହୁଅନ୍ତି ବା ତୋଷ
ଦିନ ଗଣି ଗଣି କୋମଳ ଅଧରେ ହାଇନିଭେ ତାଂକ କାତରତା ପ୍ରାଣେ
ଆଉଜି ଯାଆନ୍ତି ଏମାନେ ଭିତଗ୍ରସ୍ତ ବିହଂଗଟେ ପରି
ଖୋଜିବୁଲିବାକୁ ଆହା ଭିକ୍ଷାର ପସରା |

ବାପା କାନ୍ଦେ ଭିକ୍ଷା ନେଇ ଆହା କି ବିଷାଦେ
ଅବସନ୍ନ ମନତାର ପାଦେ ପାଦେ ଧକ୍କା ଖାଏ ରୋଗୀଣା ବୟସେ
ପାପ ତାପ ମଧ୍ୟେ ନିର୍ବାଣ ପରିକା କ୍ଷୀଣ ଅନ୍ଧକାରେ

ବଞ୍ଚିବାକୁ ଏ ସମୟେ ଶୀତଳ ସମୀର ପିଇ ସମୟ ଓଠରୁ |

ବିବାଦୀୟ ନାୟକ


ମୁଁ ଜାଣେଏହି ଶୁନ୍ୟସଂପଦ ଜୀବନରେ
ଆତ୍ମାଟି ଶୋଇଯାଏ ଦିନେ ନିଜ ହଂସୁଳୀତୁଳିରେ;
ଜୀବନଟା ପ୍ରକୃତଐକାନ୍ତିକ ଆନ୍ତରିକ;
ମଣିଷର ସମାଧି ତା’ର ଲକ୍ଷ୍ୟସ୍ଥଳ ନୁହେଁ;
ମଣିଷ ହରାଇ ଥାଏ ନିଜ ମାନବତ୍ୱକୁ -
କ୍ରୋଧଦୁ:ଖ ଓ ଲୋଭରେ |

ପ୍ରତିଶୋଧ


ଜୀବନ ସାଗରରେ ଭାସୁଥିବା ମୋ ନୈସର୍ଗିକ ପ୍ରେମସବୁ
ବିଶ୍ୱାସ ଘାତକତାର ଜୁଆର ଭଟ୍ଟାରେ ଧକ୍କା ଖାଇ,
ଘୃଣାର ଭଉଁରୀରେ ଡୁବିଲା ବେଳେ
ପ୍ରତିଶୋଧର ତକ୍ଷକୀୟ ଜ୍ୱାଳା
ହାତଧରି ଟାଣି ଆଣିଥିଲା ଉପରକୁ |