ଏକ ଶିଶୁ ଭିକ୍ଷୁକ ପ୍ରତି

ପିଲାଦିନର ଖେଳଘର ଭାଂଗି ବୟସ ପାଦେଇଯାଏ ବାଲିବନ୍ଧ ଡେଇଁ
ଦୁ:ଖ କିଏ ଶୁଣେ ଏମାନଂକ କଳିକା କୁସୁମ ଏମାନେ |

ମୁଠାଏ ଭିକ୍ଷାରେ ଏମାନେ ହୁଅନ୍ତି ବା ତୋଷ
ଦିନ ଗଣି ଗଣି କୋମଳ ଅଧରେ ହାଇନିଭେ ତାଂକ କାତରତା ପ୍ରାଣେ
ଆଉଜି ଯାଆନ୍ତି ଏମାନେ ଭିତଗ୍ରସ୍ତ ବିହଂଗଟେ ପରି
ଖୋଜିବୁଲିବାକୁ ଆହା ଭିକ୍ଷାର ପସରା |

ବାପା କାନ୍ଦେ ଭିକ୍ଷା ନେଇ ଆହା କି ବିଷାଦେ
ଅବସନ୍ନ ମନତାର ପାଦେ ପାଦେ ଧକ୍କା ଖାଏ ରୋଗୀଣା ବୟସେ
ପାପ ତାପ ମଧ୍ୟେ ନିର୍ବାଣ ପରିକା କ୍ଷୀଣ ଅନ୍ଧକାରେ

ବଞ୍ଚିବାକୁ ଏ ସମୟେ ଶୀତଳ ସମୀର ପିଇ ସମୟ ଓଠରୁ |

ଚିଠି


ଏତେ ଦିନର ଅପେକ୍ଷା ପରେ ଆଜି ତାର ଚିଠିଟି ପାଇ ମୁଁ ବହୁତ ଖୁସି । ସତରେ ମୁଁ ବିଶ୍ଵାସ ବି କରିପାରୁନି ସେ ମୋତେ ଚିଠିଟିଏ ଦେଇଛି! ଆଜିକୁ ପ୍ରାୟ ପନ୍ଦର ଦିନ ହେଲା ମୁଁ ତାକୁ ଆମ ଛାତ ଉପରେ ଦେଖୁଛି; ସକାଳୁ, ସଞ୍ଜ, ଆଉ ବେଳେବେଳେ ରାତିରେ ବି ସେ ତା ଛାତ ଉପରେ ପ୍ରାୟ ଏକୁଟିଆ ଏପଟ ସେପଟ ହେଉଥାଏ, ହାତରେ ମୋବାଇଲଟିଏ ଧରି। କେତେବେଳେ କାହାସହ କଥା ହୁଏ ତ କେତେବେଳେ ଗୁମସୁମ, ବସୁଥାଏ, ଉଠୁଥାଏ, ମୋତେ ଚାହୁଁଥାଏ, ମୁଁ ବି ତାକୁ ଦେଖେ କିନ୍ତୁ ମୁଁ ବୁଝି ପାରେନି ତାର କିଛି ବି ଭାଷା ବା ଇଙ୍ଗିତ, ସ୍ମିତହାସ୍ୟ ଆଦି... ।

ଆମିଷପ୍ରିୟ ବ୍ରତ

କଥାଟା ଭାରି ସାଧାରଣ । ଆଜିକାଲିକା ଝିଅମାନଙ୍କର ମନରେ ଯେତିକି ପୂଜାପାଠ, ଭକ୍ତିଭାବ ଥାଏ, ସେତିକି ସେମାନେ ଖାଦ୍ୟ ପ୍ରତି ବି ଆକୃଷ୍ଠ ଥାନ୍ତି ଏମିତି ହିଁ ଏକ ଛୋଟ ଘଟଣା ଆଜି ସକାଳୁ ସକାଳୁ ମୋ ନଜରକୁ ଆସିଲା କିନ୍ତୁ ଏଇଟା ଖୁବ ଅସାଧାରଣ ଓ କଉତୁକିଆ ସକାଳୁ ମର୍ନିଂ ୱାକ୍ ରୁ ଫେରିଲାବେଳେ ଆମ ପଡ଼ିଶାଘର ପାଖରେ ପହଞ୍ଚିଥାଏ ଜଣେ ମାଛବିକାଳୀ କିଛି ସମୟପରେ ଜଣେ ବୟସ୍କ ସ୍ତ୍ରୀ ଜଣକ ବାହାରକୁ ଆସି ତାକୁ କହିଲେ, ଶୁଣୁ ଆଉ ୫ଦିନ ଯାଉ, ତା ପରେ ଆସିବୁ ...

ଜାତି ନିରୂପଣ

ଯେତିକି ମୁଁ ଖୁସି ଥିଲି ସେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତା’ଠାରୁ ଅଧିକ ଦୁ:ଖୀ ଓ ଚିନ୍ତିତ ଅଛି ମୋର ସ୍କୁଲରେ ନାମାଙ୍କନକୁ ନେଇ | ଆଜିକୁ ପନ୍ଦର ଦିନ ତଳେ ସେଇ ସ୍କୁଲ ପ୍ରବେଶିକା ପରୀକ୍ଷାର ଫଳାଫଳ ବାହାରିଥିଲା; ତା’ପରେ ନାମାଙ୍କନର ନିୟମାନୁସାରେ ମୋ ବାପା ଖୁବ୍ ଦୌଡା-ଦୌଡି କରି ଆବାସିକ ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର ଆଣିଲେ | କିନ୍ତୁ କଥାଟା ଏବେ ଅଟକିଛି ମୋର ଜାତି ପ୍ରମାଣପତ୍ର ପାଇଁ | ଆର୍.ଆଇ. ଓ ତହସିଲଦାର୍ ସମସ୍ତେ କହୁଛନ୍ତି ମୋତେ ଜାତି ପ୍ରମାଣପତ୍ର ମିଳିବନି | କାହିଁକି ନା’ ମୁଁ ଏ ଗାଁର ଝିଅ ନୁହେଁ ବୋଲି | ମୁଁ ଜାଣେ ଏ ସବୁ ତାଙ୍କର ଚାଲ୍ |